କଟକ: କଟକ ସହର ବିଭିନ୍ନ ଅଞ୍ଚଳରୁ ଗତ ଦୁଇ ସପ୍ତାହ ମଧ୍ୟରେ ମୋଟ ୯ଟି କାରଖାନା ଠାବ ହୋଇଛି । ଏହାପରଠାରୁ ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀର ନକଲି କାରଖାନା ଠାବ । ଚାଉଳିଆଗଞ୍ଜ ଥାନା ପୋଲିସ ଭଦିମୂଳ ଅଞ୍ଚଳରେ ଚଢ଼ାଉ କରି ଏକ ନକଲି ମସଲା ତିଆରି କାରଖାନା ଠାବ କରିଥିଲା । କୌଣସି ପ୍ରକାର ଲାଇସେନ୍ସ, ଟ୍ରେଡିଂ କିମ୍ବା ପ୍ୟାକେଜିଂ ଲାଇସେନ୍ସ ନଥିବା ଏହି କାରଖାନାରେ ବିଭିନ୍ନ ପ୍ରକାର ନକଲି ମସଲା ତିଆରି ହେଉଥିଲା । ଏପରିକି ଇଡକଲ ନାମକ କେମିକାଲ ମଧ୍ୟ ବ୍ୟବହାର ହେଉଥିଲା, ଯାହାକି କ୍ୟାନ୍ସରର ଅନ୍ୟତମ କାରଣ । ଏହାସହ ୪.୫ କ୍ୱିଣ୍ଟାଲ ନକଲି ମସଲା ମଧ୍ୟ ପୋଲିସ ଜବତ କରିଛି ପୋଲିସ । ଅପରପକ୍ଷରେ ଗତ ଶନିବାର ସନ୍ଧ୍ୟାରେ ପୁଲିସ ନୂଆବଜାର ଅଞ୍ଚଳରେ ଚଢ଼ାଉ କରି ଅପମିଶ୍ରିତ ଘିଅ କାରଖାନା ଠାବ କରିଛି । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଓ ରାଶିତେଲ ଜବତ ହୋଇଛି । ନାମୀ ଦାମୀ କମ୍ପାନିର ଲୋଗୋ ମଧ୍ୟ ମିଳିଛି । ଘିଅ ଓ ରାଶି ତେଲରେ ମିଶକ୍ଷଯାଉଥିବା କେମିକାଲ ମଧ୍ୟ ଜବତ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ମାଲଗୋଦାମ, ଜଗତପୁର, ସଦର ଥାନା ଓ ଟାଙ୍ଗୀ ଅଞ୍ଚଳରୁ ୯ଟି ନକଲି ଗୁଟଖା, ଜର୍ଦ୍ଦା, ଘିଅ, ମସଲା କାରଖାନା ଠାବ ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0