କୋଣାର୍କ : ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ। ଚଳିତ ବର୍ଷ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ।ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ଏଥିପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, କିଭଳି ପର୍ଯ୍ୟଟକ ମାନେ ସୁରକ୍ଷିତ ଭାବେ କୋଭିଡ ନିୟମ ପାଳନ କରି ମଞ୍ଚରେ ବସି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଉପଭୋଗ କରିବେ ତାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହା ସହିତ ଚନ୍ଦ୍ରଭାଗା ବେଳାମାର୍ଗରେ ଚଳିତ ବର୍ଷ ଆୟୋଜନ କରାଯାଇଛି ବାଲୁକା କଳା ମହୋତ୍ସବ। ୨୦ରୁ ଅଧିକ ବାଲୁକା ଶିଳ୍ପୀ ଏଥର ବାଲୁକା କଳା ପ୍ରଦର୍ଶନ କରିବେ । ପ୍ରତିବର୍ଷ ଦେଶ ଓ ବିଦେଶରୁ ଅନେକ ଶିଳ୍ପୀ ଆସୁଥିଲେ ମଧ୍ୟ ଚଳିତ ବର୍ଷ କୋଭିଡ ପାଇଁ ବାରଣ କରାଯାଇଛି। ଏହା ସହିତ ମୁକ୍ତାକାଶ ରଙ୍ଗମଞ୍ଚ କୋଣାର୍କରେ ନୃତ୍ୟ ପରିବେଷଣ ପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚକୁ ନବବଧୂ ପରି ସଜା ଯାଇଛି। ଭୁବନେଶ୍ୱର ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗମଞ୍ଚ ତଥା କୋଣାର୍କ ସହରର ପ୍ରତିଟି କାନ୍ଥ କୁ କଳା କାରିଗରୀ ରେ ଅଙ୍କା ଯାଇଛି। ସେହିପରି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଏହି ମହୋତ୍ସବ ଆୟୋଜନ କରାଯିବା ସହିତ ମୀନବଜାର ବାରଣ କରାଯାଇଥିବା ବେଳେ ଟ୍ରାଫିକ ସମସ୍ୟା ଦୃଷ୍ଟି ଦିଆଯାଇଛି ଓ କୋଭିଡ ଗାଇଡ଼ ନିୟମକୁ ମାନି ପର୍ଯ୍ୟଟକ ମାନେ କୋଣାର୍କ ଉତ୍ସବକୁ ଉପଭୋଗ କରିବେ ବୋଲି ଜିଲ୍ଲା ପ୍ରଶାସନ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ଆଶା କରାଯାଇଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 0