spot_img

୨୦୨୦ ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୨୦୨୦ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ପଡ଼ିବ। ଏହି ଗ୍ରହଣ ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ। ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ସହ ସୋମବାରରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାର ଅନେକ ଗୁରୁତ୍ୱ ରହିଥିବା କହିଛନ୍ତି ଜ୍ୟୋତିର୍ବିଦ। ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular