spot_img

ଆଜି ସରକାରଙ୍କ ସହ ଆଲେଚନା କରିବେ କୃଷକ ସଂଙ୍ଗଠନ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି। ଗତ କାଲି ରାତିରେ କେନ୍ଦ୍ର ସରକାରଙ୍କ ଆମନ୍ତ୍ରଣକ୍ରମେ ଆଜି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ଏହି ଆଲୋଚନା ପୂର୍ବରେ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ମତଭେଦ ଦେଖାଦେଇଛି । କେତେକ ସଂଗଠନ ଆଲୋଚନା ପାଇଁ ରାଜି ହୋଇଥିବାବେଳେ ଆଉ କେତେକ ଏଥିପାଇଁ ମନା କରିଦେଇଛନ୍ତି । ପଞ୍ଜାବ କିଷାନ ସଂଘର୍ଷ କମିଟିର ମହାସଚିବ ସୁଖବିନ୍ଦର ସିଂ ସବରାନ କହିଛନ୍ତି ଯେ ଦେଶରେ ପ୍ରାୟ ୫୦୦ କୃଷକ ସଂଗଠନ ଥିବାବେଳେ ସରକାର ମାତ୍ର ୩୨ଟି ସଂଗଠନକୁ ଆଲୋଚନା ପାଇଁ ଡାକିଛନ୍ତି । ସରକାର ସବୁ ସଂଗଠନକୁ ନ ଡାକିବା ପର୍ୟ୍ୟନ୍ତ ଆଲୋଚନାରେ ଭାଗ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular