spot_img

କରୋନାରୁ ସୁସ୍ଥ ହେଲେ ୯୫ ପୁଲିସ୍ କର୍ମୀ

ମହାମାରୀ କରୋନା ଭାଇରସ୍ ଶିକାର ହୋଇଥିବା ୯୫ ପୁଲିସ୍ କର୍ମଚାରୀ ସୁସ୍ଥ ହୋଇଛନ୍ତି। ଏହି ଯୋଦ୍ଧାମାନେ କରୋନାକୁ ହରାଇ ସୁସ୍ଥ ହେବା ପରେ ସର୍ବସାଧାରଣଙ୍କ ସେବା ସକାଶେ ଏବେ କାର୍ୟ୍ୟରେ ଯୋଗ ଦେବେ ବୋଲି ଓଡ଼ିଶାର ପୁଲିସ୍ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ପୁଲିସ୍ ମହାନିର୍ଦେଶକ ଅଭୟ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଟୁଇଟ୍ କରି ଏ ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି କି ‘୯୫ ଜଣ ଓଡ଼ିଆ ପୁଲିସ୍ କରୋନାକୁ ହରାଇ ସୁସ୍ଥ ହେବା ପରେ ଏବେ ନିିଜକୁ ଆଗ ଧାଡ଼ିର ସେବାରେ ନିଜକୁ ସାମିଲ୍ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

ସେମାନେ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ସେମାନେ କରୋନାକୁ ହରାଇ ସାରିଛନ୍ତି। ଏବେ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ସେମାନେ ଆଗଧାଡ଼ିକୁ ଫେରୁଛନ୍ତି। ସେ ଅନ୍ୟ ଏକ ଟୁଇଟ୍ କରି ଲେଖିଛନ୍ତି କି, ‘ସେମାନଙ୍କର ସର୍ବସାଧାରଣ ସେବା ସକାଶେ ଉତ୍ସର୍ଗୀକୃତ ମନୋଭାବ ଓ କାର୍ୟ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ସେମାନଙ୍କୁ ସମ୍ମାନ ଜଣାଉଛି। ବାସ୍ତବ ଜୀବନର ଏହି ନାୟକମାନଙ୍କୁ ଜିଡିିପିଙ୍କ ପକ୍ଷରୁ ସ୍ବତନ୍ତ୍ରତା ଗ୍ରହଣୀୟତା ଜଣାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular