ଚେନ୍ନାଇ: କୁଖ୍ୟାତ ଚନ୍ଦନ ଲୁଟେରା ବୀରାପାନଙ୍କ ଝିଅ ଏବେ ବିଜେପିରେ । ୨୯ ବର୍ଷୀୟ ବିଦ୍ୟା ବୀରାପାନ ତାମିଲନାଡୁ ଯୁବ ବିଜେପି ଉପସଭାପତି ପଦ ଗ୍ରହଣ କରିଛନ୍ତି । ଦେଶର ପଶ୍ଚିମଘାଟ ପର୍ବତମାଳାରେ ଆତଙ୍କ ସୃଷ୍ଟି କରି ଚନ୍ଦନକାଠ ଚୋରା ଚାଲାଣ କରୁଥିଲା ବୀରାପାନ । ୧୫୦ରୁ ଅଧିକ ନରହତ୍ୟା ମାମଲାରେ ଜଡିତ ଥିବା ବୀରାପାନ ୨୦୦୪ରେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲା । ବିଦ୍ୟା ବୀରାପାନ ଏବେ ଯୁବ ବିଜେପୀ ନେତ୍ରୀ । ପୂର୍ବରୁ ସେ ସମାଜ ସେବା ସହିତ କ୍ରିଷ୍ଣଗିରିରେ ‘ସ୍କୁଲ ଫର୍ କିଡ୍ସ’ ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0