ସାଖିର: ଫର୍ମୁଲା ୱାନ୍ କାର୍ ରେସିଂରେ ଫ୍ରାନ୍ସର ରୋମେନ୍ ଗ୍ରୋଜ୍ୟେଁଙ୍କ ବଡ଼ ଦୁର୍ଘଟଣା ଘଟିଥିଲା। ଏହା ପରେ ପରେ ଫର୍ମୁଲା ୱାନର ନିରାପତ୍ତା ବ୍ୟବସ୍ଥାକୁ ପ୍ରଶଂସା ମିଳିଛି । ଇସ୍ପାତର ବାଡ଼ରେ ବାଜି ଗ୍ରୋଜ୍ୟେଁଙ୍କ କାର୍ ୨ ଖଣ୍ଡ ହୋଇ ଯାଇଥିଲା ଏବଂ ତୁରନ୍ତ ଏଥିରେ ନିଆଁ ଲାଗି ଯାଇଥିଲା। ଏହାସତ୍ତ୍ବେ ଗ୍ରୋଜ୍ୟେଁ କାର୍ରୁ ବାହାରି ପାରିଥିଲେ। ତାଙ୍କର ହାତ ଆଙ୍ଗୁଠି ସହ ଗୋଇଠି ଅଳ୍ପ ପୋଡ଼ି ହୋଇଯାଇଛି। ତେବେ ଫର୍ମୁଲା ୱାନ୍ ବିଶ୍ବର ଅନ୍ୟତମ ବିପଜ୍ଜନକ କାର୍ ରେସିଂ ହୋଇଥିଲେ ହେଁ ଏଥିରେ ଆୟୋଜକ ଯେଉଁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିଛନ୍ତି; ତାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0