ଅସ୍ତରଙ୍ଗ : ଅସ୍ତରଙ୍ଗରେ ଚାରା ଦୁର୍ନୀତି ଘଟଣାକୁ ନେଇ ଭିଜିଲାନ୍ସର ଖୋଳତାଡ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଦୁଇ ଜଣିଆ ଟିମ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି । ଭିଜିଲାନ୍ସ ଟିମର ଡି.ଏସ.ପି ଅନୁପମା ମହାପାତ୍ରଙ୍କ ନେତୃତ୍ତ୍ୱରେ ପ୍ରଥମ ପର୍ଯ୍ୟାୟରେ ନଗର ପଞ୍ଚାୟତର ଦକ୍ଷିଣ ପନ୍ତାଳର ଗୋଖରାପଡିଆ, ବାଲିପନ୍ତାଳର , ଲକ୍ଷ୍ମୀନରାୟଣ ସମ୍ମୁଖ, କାଳିଆ କଣ, ଦିନା ଡିଆ, ପ୍ରମୁଖ ସ୍ଥାନ ବୁଲି ଦେଖିଥିଲେ । ମାତ୍ର ସେଠାରେ କୌଣସି ଗଛ ନଥିବା ଜଣାପଡିଥିଲା । ସେପଟେ କିଛି ଲୋକ ଗଛ ଲାଗିଥିଲା ମାତ୍ର ଚୋରି ହୋଇଯାଇଛି ବୋଲି କହିଥିଲେ । ଅନ୍ୟପଟେ ପୁରୀ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ବିଭାଗର କୋଟି କୋଟି ଟଙ୍କାର ଦୂର୍ନିତି ପଦାରେ ପଡିଛି । ଚାରା ରୋପଣ କାର୍ଯ୍ୟ ନାଁରେ କିଛି ଅସାଧୁ ମେଣ୍ଟ ଏହାର ଫାଇଦା ଉଠାଇଥିବା ଜଣାପଡିଛି । ଖାଲି ନଗର ପଞ୍ଚାୟତ ନୁହେଁ ଏଥିସହ ନୂଆଗଡ, ଘାଡଲିଙ୍ଗ ଓ ତାଳଦା ପଞ୍ଚାୟତରେ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0