କେପଟାଉନ: ଦକ୍ଷିଣା ଆଫ୍ରିକା ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଦଳ ୩-୦ରେ ସିରିଜକୁ ଜିତିଛି । ଇଂଲଣ୍ଡର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଡୱେିଡ ମଲାନ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଛନ୍ତି । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ୨୦ ଓଭରରେ ୩ ୱିକେଟ ହରାଇ ୧୯୧ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ରାସି ଭାନ ୭୪ ରନ କରିଥିବା ବେଳେ ଫାଫ ଡୁପ୍ଲେସି ୫୨ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୭.୪ ଓଭରରେ ଗୋଟିଏ ୱିକେଟ ହରାଇ ୧୯୨ ରନ ସଂଗ୍ରହ କରି ଅତି ସହଜରେ ମ୍ୟାଚକୁ ଜିତି ପାରିଥିଲା । ସେହିପରି ମଲାନ ୯୯ ରନ କରିଥିବା ବେଳେ ଜୋସ ବଟଲର ୬୭ ରନ ସଂଗ୍ରହ କରିଥିଲେ । ଯାହାକି ଇଂଲଣ୍ଡ ଦଳକୁ ମ୍ୟାଚ ଜିତିବା ପାଇଁ ସହାୟକ ହୋଇଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0