spot_img

ବଲିଉଡ଼ ଅଭିନେତା ଜନ ଆବ୍ରାହମଙ୍କୁ ମିଳିଲା ବଡ଼ ସମ୍ମାନ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ଜନ ଆବ୍ରାହମଙ୍କୁ ମିଳିଲା ବଡ଼ ସମ୍ମାନ । ‘ପିପୁଲ ଫର ଦି ଏଥିକାଲ ଟ୍ରିଟମେଂଟ ଅଫ ଆନିମାଲ’ ଦ୍ୱାରା ତାଙ୍କୁ ‘ପର୍ସନ ଅଫ ଦି ୟଅର’ରେ ସମ୍ମାନିତ କରାଯାଇଛି । ପଶୁମାନଙ୍କ ପାଇଁ ଭଲ ଚିନ୍ତା କରୁଥିବା ଜନ ପଶୁ ସର୍କସ ଉପରେ ରୋକ ଲଗାଇଥିଲେ ।

ଏକ ବିଜ୍ଞାପନ ମାଧ୍ୟମରେ ସେ ପକ୍ଷୀଙ୍କୁ ପିଞ୍ଜାର ମୁକ୍ତ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।  ଜନ୍‌ଙ୍କ ସମେତ କଂଗ୍ରେସ ନେତା ଶଶି ଥରୁର, ସୁପ୍ରିମକୋର୍ଟର ପୂର୍ବତନ ଜଜ କେଏସ୍‌ ପଣିକ୍କର ରାଧାକୃଷ୍ଣନ, କ୍ରିକେଟର ବିରାଟ କୋହଲି, ଅଭିନେତ୍ରୀ ଅନୁଷ୍କା ଶର୍ମା, ସନି ଲିଓନି, ସୋନମ କପୁର, ହେମା ମାଳିନୀ, ଆର ମାଧବନ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିସ୍‌ ମଧ୍ୟ ୟ ସମ୍ମାନିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular