ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର ରଜନୀକାନ୍ତ । ତେବେ ସେ ରାଜନୀତିରେ ସକ୍ରିୟ ହେବା ପାଇଁ ଦଳ ଗଠନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆସନ୍ତା ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନକୁ ଦେଖି ସେ ଏପରି ଦଳ ନିର୍ମାଣ କରିଥିବାର ସୂଚନା ମିଳିଛି । ଏହା ସହ ରଜନୀକାନ୍ତ କହିଛନ୍ତି, ତାଙ୍କ ପାର୍ଟି ୨୦୨୧ରେ ବିଧାନସଭା ନିର୍ବାଚନ ଲଢିବ ଏବଂ ବିଜୟୀ ହେବ । ଲୋକଙ୍କ ପ୍ରବଳ ସମର୍ଥନ ସହିତ ତାଙ୍କ ଦଳ ନିର୍ବାଚନରେ ବିଜୟୀ ହେବାରେ ସକ୍ଷମ ହେବ ବୋଲି ରଜନୀକାନ୍ତ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0