ନୂଆଦିଲ୍ଲୀ: ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ସାମ୍ବାଦିକ ସମ୍ମିଳନୀ କରି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦେଶ ସମ୍ମୁଖରେ କରୋନା ଏବଂ ସୀମାରେ ଚୀନ ସହିତ ମୁକାବିଲା କରିବାର ଚ୍ୟାଲେଞ୍ଜ ରହିଛି। ନୌସେନା ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ଭବିଷ୍ୟତରେ ନୌସେନା ପାଇଁ ନିର୍ମାଣ ହେବାକୁ ଥିବା ୪୩ ଯୁଦ୍ଧ ଜାହାଜ ଏବଂ ବୁଡ଼ା ଜାହାଜ ମଧ୍ୟରୁ ୪୧ଟି ଭାରତରେ ନିର୍ମାଣ ହେବ, ଯେଉଁଥିରେ ସ୍ବଦେଶୀ ବିମାନ ବାହକ ଜାହାଜ ବି ସାମିଲ ହେବ। ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଷ୍ଟିରେ ଏପରି କରାଯାଉଛି। ନୌସେନାରେ ମହିଳା ଅଧିକାରୀମାନଙ୍କ ସମ୍ପର୍କରେ ସୂଚନା ଦେଇ ସିଂହ କହିଥିଲେ ଯେ, ଗତ ନଭେମ୍ବରରେ ଭାରତୀୟ ନୌସେନା ଜାହାଜରେ ୪ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରିଛି। ସେହିପରି ୨ ମହିଳା ଅଧିକାରୀଙ୍କୁ ମାଳଦ୍ବୀପ ଏବଂ ରୁଷରେ ନିଯୁକ୍ତ କରାଯାଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0