spot_img

ୱିକିପିଡିଆକୁ ଭାରତର ନିର୍ଦେଶ

ନୂଆଦିଲ୍ଲୀ: ଅକସାଇ ଚୀନକୁ ଚୀନର ଅଂଶବିଶେଷ ଭାବେ ଦର୍ଶାଉଥିବା ମାନଚିତ୍ରକୁ ହଟାଇବା ଲାଗି ଭାରତ ସରକାର ୱିକିପିଡିଆକୁ ନିର୍ଦେଶ ଦେଇଛନ୍ତି। ସରକାର କହିଛନ୍ତି ଭାରତକୁ ନିନ୍ଦିତ କରିବା ଏବଂ ଏହାର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ଅନଲାଇନ ତଥ୍ୟର ଭଣ୍ଡାର ଭାବେ ପରିଚିତ ୱିକିପିଡିଆକୁ ଏପରି ଭୁଲ୍ ମାନଚିତ୍ର ହଟାଇବା ଲାଗି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ ସହ୍ବାନେ ନଭେମ୍ବର ୨୭ ତାରିଖରେ ଚିଠି ଲେଖିଛନ୍ତି। ୱିକିପିଡିଆର କାର୍ୟ୍ୟ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ)କୁ ଉଲ୍ଳଙ୍ଘନ କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ୱିକିପିଡିଆ ଯଦି ଉପରୋକ୍ତ ନିର୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ ନ କରିବ ତେବେ ଏହାର ପ୍ଲାଟଫର୍ମକୁ ବ୍ଲକ କରିଦିଆଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular