ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ୮୫ ଜଣ ପୁଲିସ କର୍ମାଚାରୀଙ୍କୁ ସେବାରୁ ବରଖାସ୍ତ କରି ଦେଇଛନ୍ତି । ଅନ୍ୟପଟେ ଯେଉଁମାନଙ୍କ ବିରୋଧରେ ଦୁର୍ନୀତିରେ ସାମିଲ ହେବାକୁ ନେଇ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଚାଲିଥିଲା। ଏହାକୁ ନେଇ ନୀତିଶ କୁମାର ସରକାରୀ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି। ଏହି ନୋଟିଫିକେସନରେ କୁହାଯାଇଛି କିଭଳି ଭାବେ ୮୫ଜଣ ପୋଲିସ୍ କର୍ମଚାରୀ ମଦ ବନ୍ଦୀ ଆଇନ ଉଲ୍ଲଙ୍ଘନ,ବାଲି ଖନନରେ ଦୁର୍ନୀତି ଏବଂ ଜମି ବିବାଦରେ ସଂଗ୍ରହକୁ ନେଇ ସାକ୍ଷ୍ୟ ମିଳିଥିଲା ଯାହା ଆଧାରରେ ଏମାନଙ୍କୁ ସେବାରୁ ବରଖାସ୍ତ କରି ଦିଆଯାଇଛି। ତେବେ ନୀତିଶ ସରକାରଙ୍କ ଏଭଳି ଆକ୍ସନ ମୋଡକୁ ସ୍ୱାଗତ ଜଣାଇଛନ୍ତି ବିହାରବାସୀ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0