ବାଲୁଗାଁ : ହତ୍ୟା ଘଟଣାକୁ ନେଇ ବାଲୁଗାଁ ଥାନାରେ ଧାରଣା ଥାନା ଆଗରେ ଧାରଣା । ୧୪ ଦିନ ତଳର ଏକ ହତ୍ୟା ଘଟଣାକୁ କେନ୍ଦ୍ର କରି ବାଲୁଗାଁ ଥାନା ଘେରାଉ କରିଛନ୍ତି ରଘୁନାଥପୁୂର ଗ୍ରାମବାସୀ । ୧୪ ୍ଦିନ ତଳେ ରଘୁନାଥପୁର ମଶାଣି ନିକଟ ଏକ ଗଛରେ ଜଣେ ନାବାଳକର ମୃତ ଦେହ ଝୁଲୁ ଥିଲା । ଏନେଇ ବାଲୁଗାଁ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ଝୁଲୁଥିବା ନା ବାଳକ ରଘୁନାଥପୁରର ପିନୁ ପ୍ରଧାନ ବୋଲି ଜଣାପଡିଥିଲା । ଘଟଣାର ପାରିପାଶ୍ୱିକ ସ୍ଥିତି ଦେଖି ଏହା ହତ୍ୟା ବୋଲି ସନେ୍ଦହ କରିଥିଲେ ପିନୁଙ୍କ ପରିବାର ଲୋକେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ବାଲୁଗାଁ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଆଜକୁ ୧୪ ଦିନ ବିତିଗଲେବି ଏହି ଘଟଣାର ପ୍ରକୃତ ଦୋଷୀ କିଏ ଓ ହତ୍ୟାର କାରଣ କଣ ହୋଇପାରେ ସେ ନେଇ ପୁଲିସ ଠୋସ୍ ପ୍ରମାଣ ଯୋଗାଡ କରିପାରିନାହିଁ । ପୁଲିସର କାର୍ଯ୍ୟଶୈଳୀକୁ ସନେ୍ଦହ କରି ମୃତକର ପରିବାର ଓ ଗ୍ରାମବାସୀମାନେ ନ୍ୟାୟ ଦାବିରେ ବାଲୁଗାଁ ଥାନା ଆଗରେ ଧାରଣା ଦେଇଥିଲେ । ପରେ ପୁଲିସ ଆଉ କିଛି ଦିନର ସମୟ ମାଗିବା ସହ ହତ୍ୟାକାରୀକୁ ଗିରଫ କରିବାର ଆଶ୍ୱସନା ଦେବା ପରେ ଆନେ୍ଦାଳନ ଓହରି ଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0