ସୋର : ବାଲେଶ୍ୱର ଜିଲ୍ଲା ସୋର ସହରରେ ମାତିଛନ୍ତି ଏଟିଏମ୍ ଲୁଟେରା। ଗତକାଲି ବିଲମ୍ବିତ ରାତିରେ ସୋର ଥାନା ଅନ୍ତପୁର ରାସ୍ତା ପାଖର ଛକ ନିକଟରେ ଥିବା ହିଟାଚି ଏଟିଏମ ଓ ବାଗୁଡିରେ ଥିବା ଏକ୍ସିସ୍ ବ୍ୟାଙ୍କର ଏଟିଏମ୍କୁ ତାଡି ଲୁଟି ନେଇଛନ୍ତି ଲୁଟେରା। ବିଳମ୍ବିତ ରାତିରେ ବାଗୁଡି ଅଞ୍ଚଳରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମର କିଛି ଅଂଶ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ। ମାତ୍ର ଉକ୍ତ ସମୟରେ ଏକ ବାହାଘର ପ୍ରୋସେସନ ଆସିବାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ ।ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ଜଣାପଡିନାହିଁ ।
ସେହି ଭଳି ପାଖର ଛକ ନିକଟରେ ଥିବା ହିଟାଚି ଏଟିଏମକୁ ଲୁଟେରା ମାନେ ଗ୍ୟାସ୍ କଟରରେ କାଟି ଏଟିଏମରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ସୋର ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0