ଆସାମବାସୀ ମହାମାରୀ ସହିତ ବନ୍ୟା ବିପତ୍ତିକୁ ସାମ୍ନା କରୁଛନ୍ତି । ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସି ପ୍ରଳୟଙ୍କରୀ ରୂପ ଧାରଣ କରିବା ପରେ ରାଜ୍ୟର ଅଧିକାଂଶ ସ୍ଥାନ ପ୍ରଭାବିତ ହୋଇଛି । ସାଧାରଣ ଜନ ଜୀବନ ଅସହ୍ୟ ହେବା ସହ ଚାରିଆଡେ ହାହାକାର ବ୍ୟାପି ଯାଇଛି । ଦୁଇଦିନ ହେବ ଅବସ୍ଥା ଅତ୍ୟଧିକ ଖରାପ ହେବାରେ ଲାଗିଛି । ରାଜ୍ୟ ବିପତ୍ତି ଆୟୋଗ ଅନୁସାରେ ରାଜ୍ୟରେ ମୋଟ ୨୫ ଟି ଜିଲ୍ଲାର ପ୍ରାୟ୨୭ ଲକ୍ଷ ୩୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବହୁ ମୃତାହତ ହୋଇଛନ୍ତି । ୨୬୩୩ ଟି ଗାଁ ଜଳମଗ୍ନ ହେବା ସହ ୧ ଲକ୍ଷ ୧୪ ହଜାର ହେକ୍ଟର ଜମି ପାଣିରେ ବୁଡି ରହିଛି । ୪୭,୦୦୦ରୁ ଅଧିକ ଲୋକ ୨୮୭ଟି ରିଲିଫ କ୍ୟାମ୍ପ ରେ ଜୀବନ ବିତାଉଛନ୍ତି । ଚଳିତ ବର୍ଷ ଆସାମ ବନ୍ୟାରେ ୨୦୨ ନଦୀବନ୍ଧ ଏବଂ ୧୬୭ ପୋଲ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ବିପର୍ଯ୍ୟୟ ସହାୟତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0