ବ୍ରେଡରେ ଆମେ ବିଭିନ୍ନ ରେସିପି ବନେଇ ପାରିବା । କିନ୍ତୁ ଏହି ଚଟପଟା ରେସିପି ମାତ୍ର୧୦ ମିନିଟରେ ତଆରି ହୋଇପାରିବ । ଯଦି ଆପଣଙ୍କ ପିଲାର ସ୍କୁଲ ଯିବା ପାଇଁ ଡେରି ହେଉଥାଏ କିମ୍ବା ଘରକୁ ହଠାତ୍ ଅତିଥି ଆସି ପହଞ୍ଚିଯାନ୍ତି ତେବେ ଏହାକୁ ଆପଣ ଖୁବ୍ ଶୀଘ୍ର ପ୍ରସ୍ତୁତ କରି ଦେଇପାରିବେ । ଆଜିକାଲି ଲୋକ କାମରେ ଏତେ ବ୍ୟସ୍ତ ହୋଇପଡିଲେଣି ଯେ ଖାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମୟ ନାହିଁ । ତେବେ ଆପଣ ଏହି କ୍ରିପ୍ସି ଚଟପଟା ବ୍ରେଡ ବହୁତ କମ୍ ସମୟ ମଧ୍ୟରେ ବନେଇପାରିବେ । ଏହା ସ୍ୱାଦିଷ୍ଟ ସହ ଶରୀର ପାଇଁ ହିତକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଚଟପଟା ବ୍ରେଡ୍ ରେସିପି ପାଇଁ କେଉଁ ସାମଗ୍ରୀ ଆବଶ୍ୟକ ।
ସାମଗ୍ରୀ:-
୧. ବ୍ରେଡ୍-୮ଟା
୨. ସିଝା ଆଳୁ-୧ ଟା
୩. ସିଝା ମକା -୧ ଟା
୪. କଟା ପିଆଜ-୧ ଟା
୫. କଂଚା ଲଙ୍କା-୪ ଟା
୬. ଅଣ୍ଡାର ହଳଦିଆ ଅଂଶ-୧/୨ କପ୍
୭. ଲଙ୍କା ପେଷ୍ଟ-୨ ଚାମଚ
୮. ଲୁଣ –ସ୍ୱାଦାନୁସାରେ
୯. ବଟର
ପ୍ରଣାଳୀ:-
ଏକ ବଡ ପାତ୍ରରେ ସିଝା ଆଳୁ ନିଅନ୍ତୁ । ସେଥିରେ ସିଝା ମକା, କଟା ପିଆଜ, କଂଚା ଲଙ୍କା, ଅଣ୍ଡାର ହଳଦିଆ ଅଂଶ, ଲଙ୍କା ପେଷ୍ଟ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳେଇ ୫ ମିନିଟ୍ ରଖିଦିଅନ୍ତୁ ।ତା’ପରେ ବ୍ରେଡ୍ କୁ ନେଇ ଛୋଟ ଗିନା କିମ୍ବା ଗ୍ଲାସ୍ ଦ୍ୱାରା ମଝିରୁ କାଟନ୍ତୁ ।ବ୍ରେଡ୍ ରେ ଟିକେ ବଟର ଲଗାଇ ତା ଉପରେ ପ୍ରସ୍ତୁତ ହୋଇଥିବା ଆଳୁ ମିସ୍କଚର ଲଗାନ୍ତୁ । ଆଉ ଏକ ବ୍ରେଡ ଉପରେ ଟିକେ ବଟର ଲଗାଇ ପୁରଦିଆ ବ୍ରେଡ ଉପରେ ଲଗାଇଦିଅନ୍ତୁ ।ବ୍ରେଡର ଦୁଇପାଶ୍ୱର୍ରେ ଟିକେ ବଟର ଲଗାଇ ଦିଅନ୍ତୁ ।ଗ୍ୟାସ ଲଗାଇ ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେବ୍ରେଡର ଦୁଇ ପଟ ସେକନ୍ତୁ ।ବ୍ରେଡ ଦୁଇ ପଟ ହାଲକା ବାଦାମୀ ରଙ୍ଗ ହୋଇଗଲା ପରେ ତାକୁ କାଢିଦିଅନ୍ତୁ ଏବଂ ମଝିରୁ ଦୁଇ ଭାଗ କରି କାଟିଦିଅନ୍ତୁ ।ତା ପରେ ବ୍ରେଡର ଦୁଇ ପଟ ସାଇଡ ଟିକେ ଟମାଟୋ ସସ୍ ଲଗାଇ ଛଣା ସେଓ ଲଗାଇଦିଅନ୍ତୁ ।ବର୍ତ୍ତମାନ ଆମର କ୍ରିସ୍ପି ଖଟା ମିଠା ସ୍ନାକ୍ସ ତିଆରି ହୋଇଗଲା ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0