ନୂଆଦିଲ୍ଲୀ: ବଢିପାରେ ସରକାରୀ କର୍ମଚାରୀଙ୍କ ବେତନ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ସୁଚନା ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏନେଇ ପରବର୍ତ୍ତୀ କ୍ୟାବିନେଟ୍ ମିଟିଂରେ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଜଣାପଡ଼ିଛି। ଏହା ଛଡ଼ା ସପ୍ତମ ବେତନ ଆୟୋଗ ଅଧୀନରେ ଭାରତୀୟ ରେଲ୍ୱେର ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ୨୧,୦୦୦ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଭାରତୀୟ ରେଲ୍ୱେରେ ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀ ଭାବରେ କାର୍ୟ୍ୟ କରୁଥିବା କର୍ମଚାରୀମାନଙ୍କ ପଦୋନ୍ନତି ଓ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ପରବର୍ତ୍ତୀ ସମୟରେ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, ପଦୋନ୍ନତି ସହିତ ଏହି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଏହି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ମାସକୁ ସର୍ବନିମ୍ନ ୫,୦୦୦ ଟଙ୍କା ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି। ସେମାନଙ୍କର HRA, DA ଏବଂ TA ମଧ୍ୟ ବୃଦ୍ଧି ପାଇବ।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0