ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନିକଟରେ ଦୁର୍ଘଟଣା । ଇଣ୍ଡିଗୋ କାର୍ ଓ ମିନି ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ ।
ସୂଚନାଯୋଗ୍ୟ ଯେ, ପ୍ରଥମେ ଦ୍ରୁତ ଗତିରେ ଯାଉଥିବା ଏକ ଇଣ୍ଡିଗୋ କାର୍ ବାଇକକୁ ଧକ୍କା ଦେଇ ପଳାଇଥିଲା । ବାଇକଟି ଧକ୍କା ଖାଇ ବିପରୀତ ଦିଗରୁ ଆସୁଥିବା ଏହି ଆଇଚର ଟ୍ରକରେ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରଦଖରିପଡିଆ ଗ୍ରାମର ମାନସ ସାସମଲ ବୋଲି ତାଙ୍କ ଆଧାର କାର୍ଡରୁ ଜଣାପଡିଛି । ରାସୋଳ ପୋଲିସ ମୃତଦେହ ଜବତ କରିଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଇଣ୍ଡିଗୋ କାର୍ ଫେରାର ହୋଇଯାଇଛି । ତେବେ ଆଇଚର ଟ୍ରକକୁ ପୋଲିସ ଜବତ କରିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0