ନୂଆଦିଲ୍ଲୀ: ଗତ କିଛିଦିନ ପୁର୍ବରୁ ଆମେରିକା ନିର୍ବାଚନ ଅନୁଷ୍ଟିତ ହୋଇଥିଲା । ଯେଉଁଥିରେ ଜୋ ବାଇଡ଼େନ୍ ଅଧିକ ମାତ୍ରାରେ ଭୋଟ ପାଇ ନିର୍ବାଚନ ଜିତିଥିଲେ । ତେବେ ସେ ରାଷ୍ଟ୍ରପତି ହେବା ପୁର୍ବରୁ ଲୋକମାନଙ୍କ ସ୍ୱାସ୍ଥ୍ୟପ୍ରତି ଅଧିକ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀ ୨୦ ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନ୍ଲାଇନ୍ ମାଧ୍ୟମରେ କରାଯିବ । ଯଦି ଏହି ଶପଥ ଗ୍ରହଣ ଉତ୍ସବ ଭର୍ଚୁଆଲ୍ ନ କରାଯାଏ ତେବେ ବହୁ ସଂଖ୍ୟକ ଆମେରିକୀୟ କରୋନା ସଂକ୍ରମଣର ଶିକାର ହୋଇପାରନ୍ତି। ଏହି କାର୍ୟ୍ୟକ୍ରମ ଅଗଷ୍ଟରେ ଅନୁଷ୍ଠିତ ଡେମୋକ୍ରାଟିକ୍ ପାର୍ଟିର କାର୍ୟ୍ୟକ୍ରମ ପରି ହୋଇପାରେ ବୋଲି ସେ ମତ ଦେଇଛନ୍ତି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0