spot_img

ହାଇଦ୍ରାବାଦ ମୁ୍ୟନିସିପାଲଟି ନିର୍ବାଚନକୁ ନେଇ ଆଲୋଚନା

ହାଇଦ୍ରାବାଦ ମୁ୍ୟନିସିପାଲଟି କର୍ପୋରେସନ୍ ନିର୍ବାଚନକୁ ନେଇ ଜାତୀୟ ସ୍ତରରେ ଚାଲିଛି ଆଲୋଚନା । ଭାରତୀୟ ଜନତା ପାର୍ଟି ଏଥିରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ । କିନ୍ତୁ ନିର୍ବାଚନର ଫଳାଫଳ ଦକ୍ଷିଣ ଭାରତରେ ଭାଗ୍ୟର ଦ୍ୱାର ଖୋଲିବା ନେଇ ଆଶା କରିଛି ବିଜେପି । ୪୯ ଆସନ ଦଖଲ ସହ ଦ୍ୱିତୀୟ ବଡ ଦଳ ଭାବେ ଉଭା ହୋଇଛି ଭାଜପା । କେସିଆରଙ୍କ ଟିଆରଏସକୁ ୫୬ ଓ ଓବେସୀଙ୍କ ଏଆଇଏମଆଇଏମକୁ ୪୩ ଟି ଆସନ ମିଳିଛି । ତେବେ ୧୫୦ ଆସନ ବିଶିଷ୍ଟ ଏହି ନଗର ନିଗମର ବହୁମତ ସଂଖ୍ୟା ୭୫ ହୋଇଥିବା ବେଳେ କୌଣସି ବହୁମତ ମିଳିନାହିଁ । ବିଜେପିକୁ ଏତେ ଆସନ ମିଳିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନା ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular