ମୁମ୍ବାଇ: ବଲିଉଡ଼ର ଏଭରଗ୍ରୀନ ଅଭିନେତା ଅନୀଲ କପୁରଙ୍କୁ ପ୍ରଶଂସା । ନିଜର ଫିଟନେସ ପାଇଁ ଚର୍ଚ୍ଚାରେ ରହୁଥିବା ଅନୀଲଙ୍କୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିକୁ ପ୍ରଶଂସା କରିଛନ୍ତି । ନିକଟରେ ସେ ସକାଳୁ ସକାଳୁ ସାଇକେଲିଂ କରୁଥିବାର ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ସେ କ୍ୟାପସନ ଦେଇଛନ୍ତି କାର୍ଡ଼ିଓ ଏବଂ ଫିଟନେସ ପାଇଁ ସବୁଠୁ ସହଜ ଉପାୟ । ମିଷ୍ଟର ଇଣ୍ଡିଆଙ୍କର ଏହି ଭିଡ଼ିଓକୁ କେନ୍ଦ୍ରମନ୍ତ୍ରୀ ତାରିଫ କରି ଲେଖିଛନ୍ତି ଆପଣଙ୍କର ଏହି ପ୍ରୟାସ ଯୁବବର୍ଗ ପାଇଁ ପ୍ରେରଣା ସଦୃଶ ।

ନିକଟରେ ଅନୀଲ କପୁର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଚଣ୍ଡିଗଡରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ବେଳେ ତାଙ୍କୁ କରୋନା ହୋଇଥିବା ନେଇ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଏହି ଖବରକୁ ଅନୀଲ ଖଣ୍ଡନ କରିଥିଲେ। ସେ ପୁରା ପୁରି ସୁସ୍ଥ ଅଛନ୍ତି ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଥିବା ସେ ସୂଚନା ଦେଇଥିଲେ।
ଆଗକୁ ଅନୀଲଙ୍କ ଯୁଗ ଯୁଗ ଜିୟୋ, ତଖତ୍ ଏବଂ ମୁମ୍ବାଇ ସାଗା ଭଳି ଫିଲ୍ମ ଆସୁଛି। ଅନୀଲଙ୍କୁ ଶେଷଥର ପାଇଁ ବଡ ପରଦାରେ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ। ବକ୍ସ ଅଫିସରେ ଫିଲ୍ମଟି ଜବରଦସ୍ତ ହିଟ ମଧ୍ୟ ହୋଇଥିଲା।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0