spot_img

ତୁରେକେଲାରେ ହାତୀ ଆତଙ୍କ

 କଣ୍ଟାବାଞ୍ଜି:  ଗତ କିଛି ଦିନ ହେଲା ୩୦ ଟିକିଆ ହାତୀ ପଲ ତୁରେକେଲା ଅଂଚଳର ବିଭିନ୍ନ ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଶନିବାର ବିଲମ୍ବିତ ରାତିରେ ମହୁଲପାଟି ଗାଁର ଯୋରଖଣ୍ଡିପଡାରେ ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ବର୍ଷକର ଅମଳ କରିଥିବା ଧାନକୁ ହାତୀ ଖାଇ ଦେଇଛନ୍ତି । ପନି ପରିବା, କଦଳୀ ଚାଷ ସବୁ ନଷ୍ଟ କରି ଦେଇଛନ୍ତି । କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିଛନ୍ତି ହାତୀ ପଲ । ତେବେ ଜୀବନ ବଂଚଇବା ପାଇଁ ପଡାର ଲୋକ ଛୋଟ ଛୋଟ ଛୁଆ ପିଲାକୁ ନେଇ ପଡାର ୱାର୍ଡ ମେମ୍ବରଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ମଳିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular