ତେଜୁଛି ଚାଷୀ ଆନେ୍ଦାଳନ । ଆଜି ମଧ୍ୟ କେନ୍ଦ୍ରର ଚାଷ ଆଇନ ବିରୋଧରେ କୃଷକଙ୍କ ବିରୋଧ ଜାରି ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆନ୍ଦୋଳନକାରୀ କୃଷକମାନଙ୍କ ପାଖକୁ ଯିବା ପାଇଁ ବ୍ୟବସ୍ଥା କରିବେ । ଆଇନ ପ୍ରତ୍ୟାହାର ଦାବି କରୁଥିବା କୃଷକମାନେ ଦିଲ୍ଲୀ ଏବଂ ଏହାର ଆଖପାଖରେ ଅଟକି ରହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୃଷକ ଆନ୍ଦୋଳନରେ ଭାଗ ନେବାକୁ ଏବଂ ଚାଷୀଙ୍କୁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କେଜ୍ରିୱାଲ ତାଙ୍କ ଟୁଇଟରେ ଲେଖିଛନ୍ତି, “ଆମ୍ ଆଦମୀ ପାର୍ଟି କୃଷକମାନଙ୍କ ଡିସେମ୍ବର ୮ ରେ କରାଯାଇଥିବା ଭାରତ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ କରେ।ଏହି କୃଷକ ଆନ୍ଦୋଳନରେ ଭାଗ ନେବାକୁ ଏବଂ ଚାଷୀଙ୍କୁ ସହାୟତା କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଡିସେମ୍ବର ୮ ରେ ସାରା ଦେଶରେ କୃଷକ ସଂଗଠନ ଏକ ଭରତ ବନ୍ଦ ଆହ୍ୱାନ କରିଛନ୍ତି । ଏଥିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ କୃଷକ ସଂଗଠନ ଅନ୍ତର୍ଭୁକ୍ତ। ଏହାକୁ ଅନେକ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0