ବିକ୍ଷୋବ ପ୍ରଦର୍ଶନ କଲେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶଙ୍କୁ କୃଷକଙ୍କ ବିରୋଧରେ ନେତୃତ ନେବାକୁ କନ୍ନାଜୁ ଯିବା କୁ ବନ୍ଦ କରାଯାଇଥଲା । ଏହି ସମୟରେ ଦଳର ଶତାଧିକ କର୍ମୀ କେନ୍ଦ୍ରର ତିନୋଟି ଚାଷୀ ଆଇନକୁ ବିରୋଧକରି କନ୍ନଜରେ ଗିରଫ ହୋଇଥିଲେ । ଯାହାକୁ ଆଧାର କରି ଅଖିଳେଶ ନିଜ ବାସଭବନ ଲକ୍ଷୌ୍ନଠାରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଅଧିକ ଭିଡ଼ ଜମିଥିବାରୁ ପୋଲିସ ଅଖିଳେଶ ଓ ତାଙ୍କ ସହ ଯୋଗଦେଇଥିବା ଲୋକଙ୍କୁ ଉଠାଇ ନେଇଛି । ସମସ୍ତଙ୍କୁ ଇକୋ ଗାର୍ଡ଼େନ ଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି । ଏନେଇ ଅଖିଳେଶ କହିଛନ୍ତି ପୋଲିସ ଆମକୁ ଜେଲରେ ଭର୍ତ୍ତି କଲେବି କିଛି ଫରକ ପଡ଼ିବନି । ସମାଜବାଦୀ ପାର୍ଟିର କର୍ମକର୍ତ୍ତା ମାନେ ଚାଷୀଙ୍କ ପାଇଁ ଆନେ୍ଦାଳନ କରିବାରେ କେବେବି ପଛଘୁଞ୍ଚା ଦେବେ ନାହିଁ । ସେମାନେ ଶୋଭାଯାତ୍ରା ବେଳେ ଆମ ଗାଡ଼ିକୁ ଅଟାଇଛନ୍ତି କିନ୍ତୁ ଆମେ ଚାଲି ଚାଲି ବିକ୍ଷୋଭ କରିବୁ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0