ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦ୍ୱାରା ୫ ଆତଙ୍କବାଦୀ ଗିରଫ । ମହାନଗରରୀ ଶକରପୁର ଅଞ୍ଚଳରୁ ଏନକାଉଁଣ୍ଟର ପରେ ଏହି ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । ଧରାପଡିଥିବା ଆତଙ୍କବାଦୀ ତରନତାରନରେ ସୂର୍ଯ୍ୟଚକ୍ର ବିଜେତା ବଲୱିନ୍ଦର ସିଂ ସାନ୍ଧୁଙ୍କ ହତ୍ୟାରେ ସାମିଲ ଥିବା ଜଣାପଡିଛି । ଏପରିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ହତ୍ୟା କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଫଳରେ ଆଇଏସଆଇ ଏବଂ ପାକିସ୍ତାନ ମଧ୍ୟରେ ଲିଙ୍କ କଥା ସାମ୍ନାକୁ ଆସିଛି । ସମସ୍ତ ଆତଙ୍କବାଦୀ ଶକରପୁର ଅଞ୍ଚଳରେ ଲୁଚି ରହିଥିଲେ । କୈାଣସି ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସ ଅପରେସନ ଆରମ୍ଭ କରିଥିଲା । ଅପରେସନ ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ପୁଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ସମୟରେ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0