ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ଅସୁସ୍ଥ । ଅଭିନେତା ଦିଲୀପ କୁମାର ଓ ସାୟରା ବାନୋଙ୍କ ବିବାହକୁ ୫୪ ବର୍ଷ ହୋଇସାରିଛି। ବିବାହର ଏତେ ବର୍ଷ ପରେ ମଧ୍ୟ ଉଭୟଙ୍କ ସମ୍ପର୍କ ପୂର୍ବ ଭଳି ରହିଛି । ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ । ସାୟରା ବାନୋ ସ୍ୱାମୀ ଦିଲୀପ କୁମାରଙ୍କ ଦେଖାଶୁଣା କରୁଛନ୍ତି। ସାୟରା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ ଦେଇ କହିଛନ୍ତି ଯେ, ଦିଲୀପ କୁମାର ଗତ କିଛି ବର୍ଷ ମଧ୍ୟରେ ବହୁତ ଦୁର୍ବଳ ହୋଇପଡିଛନ୍ତି। ତାଙ୍କର ପ୍ରତିରୋଧକ କ୍ଷମତା ମଧ୍ୟ ବହୁତ ଦୁର୍ବଳ ହୋଇପଡିଛି। ଦିଲୀପଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଏବଂ ଭଲ ଭାବେ ଚଲାବୁଲା ବି କରି ପାରୁନାହାନ୍ତି ବୋଲି ସେ କହିଛନ୍ତି। ତାଙ୍କର ସୁସ୍ଥ କାମନା କରି ଭଗବାନଙ୍କ ପ୍ରାର୍ଥନା କରିବାକୁ ସାୟରା କହିଛନ୍ତି।



Visitors Today : 13
Total Visitors : 130502
Total Views : 9892045
Visitors Online Now : 0