ଭାରତକୁ ସୁନା ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଚୋରାରେ ସୁନା ଚାଲାଣ କରୁଥିବା ର୍ୟାକେଟର ଚେର ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି । ବାହାର ଦେଇ ଚୋରା ସୁନା ଭାରତର ବିଭିନ୍ନ ଅଞ୍ଚଳକୁ ଯାଉଥିବା କୁହାଯାଉଛି । ଚୋରା ସୁନା ପାଇଁ ଗଠିତ ଅନ୍ତର୍ଜାତୀୟ ସିଣ୍ଡିକେଟରେ ଭାରତ ସମେତ ଅନ୍ୟ ଦେଶର ଅପରାଧିକ ଦଳ କାମ କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ସକ୍ରିୟ ଥିବା ଚୋରା ସୁନା ର୍ୟାକେଟ ଅନ୍ତର୍ଜାତୀୟ ସିଣ୍ଡିକେଟ ସହିତ କାମ କରି କୋଟି କୋଟି ଟଙ୍କାର ଲାଭ ସଂଗ୍ରହ କରୁଛନ୍ତି । ମ୍ୟାନମାର ସୀମାରେ ଥିବା ମୋରେ ବାଟଦେଇ ଭାରତକୁ ଚୋରାସୁନା ଅଣାଯାଉଛି । ଏଥିରେ ଗୁଆହାଟୀ ଏବଂ ଇମ୍ଫାଲର କେତେକ ର୍ୟାକେଟ କାମ କରୁଥିବା ଜଣାପଡିଛି । ବିମାନ, ଜାହାଜ ତଥା ସଡକ ପଥରେ ଏହି କାରବାର ଜାରି ରହିଛି । ଦୁବାଇରୁ ଥାଇଲାଣ୍ଡ ପର୍ଯ୍ୟନ୍ତ ମଧ୍ୟ ଚୋରାସୁନା ଯାଉଥିବା କୁହାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0