ମୁମ୍ବାଇ : ହିନ୍ଦୀ ସିନେମାର ଦବଙ୍ଗ ଅଭିନେତା ସଲମାନ ଖାନ ଙ୍କ ବହୁପ୍ରସିଦ୍ଧ ଫିଲ୍ମ ‘ରାଧେ ୟୋର ମୋଷ୍ଟ ୱାନଣ୍ଟେଡ଼ ଭାଇ’ ଫିଲ୍ମ ରିଲିଜ୍ ହେବାର ସମ୍ଭାବନ କମୁଛି । ସୂଚନା ଅନୁସାରେ ଏହି ଫିଲ୍ମରେ ବଳକା ସୁଂଟି କରିବାକୁ ସଲମାନ ମନାକରି ଦେଇଛନ୍ତି । ଏହି କାରଣରୁ ଦୀପାବଳିରେ ଫିଲ୍ମ ରିଲିଜ ହେବାର ସମ୍ଭାବନା କମ୍ । ଦେଶରେ ଆରମ୍ଭ ହୋଇଥିବା ଲକ୍ଡାଉନରେ ସଲମାନ୍ ଖାନ୍ କିଛି ମାସ ହେବ ପନବେଲ୍ ସ୍ଥିତ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି । ସେ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ନିଜର ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ଏବେ ସଲମାନ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଧାନ ଚାଷ କରୁଥିବା ନଜର ଆସିଛନ୍ତି ।

ନିଜର ଫିଲ୍ମ ନିର୍ମାତା ଅତୁଲ ଅଗ୍ନିହୋତ୍ରୀ,ସୋହେଲ ଖାନ୍ ଏବଂ ନିଖିଲ ନମିତ ଙ୍କ ସହ ହୋଇଥିବା ବାର୍ତ୍ତା ଆଳପରେ କହିଛନ୍ତି ଯେ । କରୋନା ସମୟରେ ସୁଟିଂ କରିବା କର୍ମଚାରୀ ମାନଙ୍କ ସ୍ୱାସ୍ଥ ପାଇଁ କ୍ଷତିକାରକ । ବର୍ଷା ଯୋଗୁଁ ସୁଟିଂ କରିବା ସମ୍ଭବ ନୁହଁ ବୋଲି ସଲମାନ ଖାନ କହିଛନ୍ତି । ଏବଂ ସେ ତାଙ୍କ ସୁଟିଂ ଟିମ୍ର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛନ୍ତି । ତେଣୁ ଏହି ଫିଲ୍ମର ରିଲିଜ ଦୀପାବଳିରେ ହେବା ସମ୍ଭବ ନୁହଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0