ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ବେଧଡକ ଭାବେ ଚାଲିଛି ଚୋରା କାରାବାର । ଗଜପତି ଜିଲ୍ଳା ପୋଲିସ ୧୭୭ କେଜିର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ସୂଚନା ମୁତାବକ ଗଜପତି ଜିଲ୍ଳା ଅଡବା ପୋଲିସ ରୂମେସ-ପରମାଗୁଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ବ୍ୟକ୍ତି ରାସ୍ତାରେ ୮ଟି ବସ୍ତା ସହ ଗାଡିକୁ ଅପେକ୍ଷା କରିଥିଲା । ସେହି ସମୟରେ ପୋଲିସ୍ ଉକ୍ତ ବ୍ୟକ୍ତିକୁ ବସ୍ତା ସହ ଦେଖି ସନ୍ଦେହ କରିଥିଲା । ପରେ ପୋଲିସ ବସ୍ତା ଗୁଡିକ ଯାଞ୍ଚ କରିଥିଲା । ଯେଉଁଥିରୁ ୧୭୭ କେଜି ର ଗଞ୍ଜେଇ ମିଳିଥିବା ସୂଚନା ମିଳିଛି । ତେବେ ପୋଲିସ ଗଞ୍ଜଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ପରମାଗୁଡା ଗ୍ରାମର ରଙ୍ଗନାଥ ନାୟକ ବୋଲି ଜଣାପଡିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0