spot_img

ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଲାଗିଗଲା ନିଆଁ

ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ରାଜଗାଙ୍ଗପୁରରୁ ବଲାଙ୍ଗିର ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକରେ ସିଂଘିଯୁବା ଛକ ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି  । ନିଆଁ ଲାଗିଯିବା ଦେଖି ଡ୍ରାଇଭର ଓ ହେଲପର ଗାଡିରୁ ଡେଇଁ ପଡିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି  । ନିଆଁ ସର୍ଟ ସର୍କିଟ ଯୋଗୁଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି  । ଘଟଣାସ୍ଥଳରେ ବିନିକା ଦମକଳ ବାହିନୀ ପହହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ପୋଡି ଯାଇଛି  । ପରେ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular