ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର ।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ରାଜଗାଙ୍ଗପୁରରୁ ବଲାଙ୍ଗିର ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକରେ ସିଂଘିଯୁବା ଛକ ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ନିଆଁ ଲାଗିଯିବା ଦେଖି ଡ୍ରାଇଭର ଓ ହେଲପର ଗାଡିରୁ ଡେଇଁ ପଡିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିଆଁ ସର୍ଟ ସର୍କିଟ ଯୋଗୁଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବିନିକା ଦମକଳ ବାହିନୀ ପହହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ପୋଡି ଯାଇଛି । ପରେ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0