spot_img

ରାଜନଗରରେ କଂଗ୍ରେସର ବନ୍ଦ ପାଳନ

ରାଜନଗର: ରାଜନଗରରେ ବାଉଁଶ ସେତୁ ବାନ୍ଧି କଂଗ୍ରେସର ବନ୍ଦ ପାଳନ । ଆଜି କୃଷକ ସଂଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । କୃଷକ ସଂଗଠନକୁ ସମର୍ଥନ ଜଣାଇ ସାରା ଭାରତ ବର୍ଷରେ ୨୪ ଟି ରାଜନୌତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ । ହେଲେ ରାଜର୍ନେତିକ ନିର୍ବାଚନ ମଣ୍ଡଳୀର ରାଜନଗର ପୋଲ ଉପରେ ଜାତୀୟ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଛନ୍ତି । ଅଶ୍ଚର୍ଯ୍ୟର କଥା ବନ୍ଦ ପାଳନରେ କୃଷକ ସଂଗଠନର କୌଣସି ସଂଗଠନର ଦେଖାନାହିଁ । ମାତ୍ର ରାଜନଗର କଂଗ୍ରେସର ହାତ ଗଣତି କର୍ମିଙ୍କୁ ନେଇ ରାଜନଗର ହଂସୁଆ ସେତୁ ଉପରେ ବାଉଁଶ ବାନ୍ଧି ବନ୍ଦ ପାଳନ କରାଯାଇଛି । ସକାଳ ସାତଟାରୁ ଦିନ ୧୧ଟା ଯାଏଁ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ଯୋଗୁଁ ରାସ୍ତା କଡ଼ରେ ବହୁ ଗାଡ଼ି ଅଟକି ରହିଛି । ସାଧାରଣ ଲୋକେ ସ୍ୱାଭାବିକ ଭାବରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular