ଜଟଣୀ: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଂଚାୟତ ପରିଦର୍ଶନ । ସୋମବାର ସେ ଯାଁଳା ପଚାୟତ ଓଗାଳପଡ଼ା ଗ୍ରାମର ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ । ମୁଖ୍ୟତଃ ୧୬ନଂ ଜାତୀୟ ରାଜପଥର ଓଗାଳପଡ଼ା ଛକରୁ ଜଟଣୀକୁ ଯିବା ଯିବା ପାଇଁ ଅଣ୍ଡରପାସ ନଥିବାରୁ ବର୍ଷା ଦିନରେ ଯାତାୟତ ପାଇଁ ଅସୁବିଧା ହେଉଛି । ଏଥିପାଇଁ ବାରମ୍ବାର ଜନଅସନ୍ତୋଷ ଦେଖାଦେଇଛି । ସାଂସଦ ସେସବୁ ଅଂଚଳକୁ ପରିଦର୍ଶନ କରିଥିଲେ । ଆର.ଡ଼ି. ବିଭାଗ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଯାଁଳା ସରପଂଚ ଶ୍ରୀ ପ୍ରଦୋଶ ଜେନାଙ୍କ ନେତୃତ୍ୱରେ ସାଂସଦଙ୍କ ସହ ବିଜେପି ନେତା ଶ୍ରୀ ସୁଦିପ୍ତ ରାୟ ଓ ସ୍ଥାନୀୟ ନେତା ମାନେ ଉପସ୍ଥିତ ଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0