ନୂଆଦିଲ୍ଲୀ: ସାଖିର ଗ୍ରାଁ ପ୍ରି ଜିତିଲେ ପେରେଜ। ରେସିଂ ପଏଣ୍ଟର ସର୍ଗିଓ ପେରେଜ ବାହାରିନ ଇଣ୍ଟରନ୍ୟାସନାଲ ସର୍କିଟରେ ଆୟୋଜିତ ସାଖିର ଗ୍ରାଁ ପ୍ରି ଟ୍ରଫି ଜିତିଛନ୍ତି । ଏହି ମେକ୍ସିକୋ ଚାଳକ ୧ ଘଣ୍ଟା ୩୧ ମିନିଟ ୧୫.୧୧୫ ସେକେଣ୍ଡ ସମୟ ନେଇ ରେସ ଶେଷ କରି ଜୀବନର ପ୍ରଥମ ଫର୍ମୁଲା ୱାନ୍ ମୁକୁଟ ଜିତିଥିଲେ। ୨୦୦୩ ପରେ ତାଙ୍କ ଦଳର ଏହା ପ୍ରଥମ ବିଜୟ। ପ୍ରଥମ ଲ୍ୟାପର ଶେଷରେ ଥିବା ପେରେଜ ବିଜେତା ହୋଇ ବିରଳ ସଫଳତା ପାଇଥିଲେ। ଏଥିସହ ଚଳିତ ବର୍ଷ ଫର୍ମୁଲା ୱାନରେ ଦ୍ବିତୀୟ ଥର ଲାଗି ନୂଆ ବିଜେତା ଦେଖିବାକୁ ମିଳିଥିଲା। ପେରେଜଙ୍କ ରେସିଂ ପଏଣ୍ଟ ସାଥୀ କାନାଡ଼ାର ଲାନ୍ସ ଷ୍ଟ୍ରଲ ତୃତୀୟ ସ୍ଥାନରେ ରହିଥିଲେ।



Visitors Today : 10
Total Visitors : 130499
Total Views : 9892042
Visitors Online Now : 0