କଟକ: ଏଥର କଟକ ସାତକୋଶିଆର ବାଲିପୁଟରେ ହେଉଛି ଇକୋ ରିଟ୍ରିଟ୍। ପର୍ୟ୍ୟଟକଙ୍କୁ ଆତ୍କୃଷ୍ଟ କରିବାକୁ ପର୍ୟ୍ୟଟନ ବିଭାଗ ପକ୍ଷରୁ ଏଥର ସ୍ୱତନ୍ତ୍ର ଆୟୋଜନ ହୋଇଛି। ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସ୍ଥାନୀୟ ବାଲିପୁଟରେ ୨୫ଟି କଟେଜ୍ ନିର୍ମାଣ କରାଯାଇଛି।

କରୋନା ପରେ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଅଞ୍ଚଳର ବିକାଶକୁ ନେଇ ପର୍ୟ୍ୟଟନ ଶିଳ୍ପକୁ ପୁଣି ଆଗକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହାକୁ ଆଜି କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଉଦ୍ଘାଟନ କରିବେ। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ସାତକୋଶିଆ ବ୍ୟତୀତ ହୀରାକୁଦ, ଦାରିଙ୍ଗବାଡ଼ିରେ ବି ଇକୋ ରିଟ୍ରେଟ୍ ଆୟୋଜନ ହୋଇଛି। ଯାହା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0