ଭୁବନେଶ୍ୱର: ଆଗାମୀ ଦୁଇବର୍ଷ ମଧ୍ୟରେ ଏକ ହଜାର ନୂଆ ବସ୍ କିଣିବ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସ୍ଆରଟିସି) । ବହୁବର୍ଷ ହେଲା ବସ୍ କିଣା ଯାଇ ନଥିବାରୁ ବସର ଆବଶ୍ୟକତା ରହିଛି। ପ୍ରଥମ ପର୍ୟ୍ୟାୟରେ ୧୭୦ ବସ୍ କିଣିବା ପାଇଁ ଓଏସ୍ଆରଟିସି ପକ୍ଷରୁ ଅଶୋକ ଲିଲାଣ୍ଡ କମ୍ପାନୀକୁ ଟେଣ୍ଡର ଦିଆଯାଇଛି। କମ୍ପାନୀ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ବସ୍ଗୁଡ଼ିକୁ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବେ ବୋଲି ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଜିଲାମୁଖ୍ୟାଳୟ ସହିତ ଜିଲାର ବିଭିନ୍ନ ସ୍ଥାନକୁ ଚଳାଚଳ କରିବା ପାଇଁ ପ୍ରାଥମିକ ପର୍ୟ୍ୟାୟରେ ୬୩ କୋଟି ଟଙ୍କା ବ୍ୟୟରେ ୧୭୦ ବସ୍ କିଣାଯିବ। କମ୍ପାନୀ ୨୦୨୧ ମେ ମାସ ମଧ୍ୟରେ ବସ୍ ଦେବ। ଆସନ୍ତା ୨ବର୍ଷ ଭିତରେ ୧୦୦୦ ବସ୍ କିଣିବା ପାଇଁ ଓଏସଆରଟିସିକୁ ନିର୍ଦେଶ ଦିଆଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0