spot_img

ଚୀନ ମହିଳାଙ୍କ ଗୁଇନ୍ଦାଗିରିର ଖୁଲାସା

ଆମେରିକାରେ ଚୀନ ମହିଳାଙ୍କ ଗୁଇନ୍ଦାଗିରିର ବଡ ଖୁଲାସା । ଆମେରିକାରେ ରହି ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲେ ଜଣେ ଚୀନ ମହିଳା । ୫ବର୍ଷ ଧରି ଅନେକ ରାଜନେତାଙ୍କ ଅତି ନିକଟତର ଥିଲେ କ୍ରିଷ୍ଟିନ ଫାଙ୍ଗ । ଆମେରିକାର କିଛି ରାଜନେତାଙ୍କର ସେ ଖୁବ ଘନିଷ୍ଠ ଥିଲେ । ଚୀନର ଏହି ରହସ୍ୟମୟୀ ମହିଳାଙ୍କ ବାବଦରେ ରିପୋର୍ଟ ପ୍ରକାଶ କରିଛି ଏକ ୱେବସାଇଟ । ଆକ୍ସିଓସ ଡଟ୍ କମ୍ ର ରିପୋର୍ଟ ଅନୁସାରେ ସେହି ମହିଳା ପ୍ରାୟ ୫ ବର୍ଷ ଧରି ଆମେରିକାରେ ରହିଥିଲେ । ଏପରିକି ସଂପୃକ୍ତ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିଲେ ଆମେରିକାର ଦୁଇ ରାଜନେତା । କ୍ରିଷ୍ଟିନ ଫାଙ୍ଗ ଚୀନର ଗୁଇନ୍ଦା ଏଜେନ୍ସି ପାଇଁ କାମ କରୁଥିଲେ ବୋଲି ରିପୋର୍ଟ କରିଛି । ୨୦୧୧ରୁ ୨୦୧୫ ଯାଏଁ ସେ ଆମେରିକା କାଲିଫର୍ଣ୍ଣିଆରେ ରହିଥିଲେ । କିଛି ରାଜନେତାଙ୍କ ପାଇଁ ନିର୍ବାଚନୀ ପାଣ୍ଠି ଯୋଗଡରେ ସହାୟତା ବି କରିଛନ୍ତି ।ତେବେ ତାଙ୍କ ଉପରେ ସନ୍ଦେହ ବଢିବା ପରେ ଓ ଏଫବିଆଇ ତାଙ୍କ ନିକଟରେ ପହଂଚିବା ପୂର୍ବରୁ ସେ ଆମେରିକା ଛାଡି ଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular