spot_img

ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବ ‘ବ୍ଲୁ ଅରିଜିନ୍’

ନୂଆଦିଲ୍ଲୀ: ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି । ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ କମ୍ପାନୀ ହେଉଛି ବ୍ଲୁ ଅରିଜିନ୍ । ଏହି କମ୍ପାନୀ ଦ୍ୱାରା ନିର୍ମିତ ଲୁନାର ଲ୍ୟାଣ୍ଡର ୨୦୨୪ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ସମର୍ଥ । ଏନେଇ ନାସା ଖୁବ୍ ଶୀଘ୍ର ନିଷ୍ପତ୍ତି ଘୋଷଣା କରିବ । ପ୍ରଥମ ମହିଳାଙ୍କୁ ନେଇ ଚନ୍ଦ୍ରପୃଷ୍ଟକୁ ଯିବାକୁ ଥିବା ରକେଟ୍ ଇଞ୍ଜିନ୍ ପରୀକ୍ଷାର ଏକ ଭିଡିଓ ଶୁକ୍ରବାର ବେଜୋସ୍ ଇନଷ୍ଟାଗ୍ରାମରେ ଶେୟାର କରିଥିଲା । ଏଥିପାଇଁ ପୂରା ଦମରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ । ଏହା ତରଳ ଉଦଜାନ ଓ ତରଳ ଅମ୍ଳଜାନ ଇନ୍ଧନରେ ଚାଲିବାକୁ ଥିବା ଲୁନାର ଲ୍ୟାଣ୍ଡିଂ ଇଞ୍ଜିନ । ଏହା ସର୍ବାଧିକ ୧୦ ହଜାର ଆଇବିଏଫ୍ ଶକ୍ତି ସୃଷ୍ଟି କରିବ । ଏହା ବ୍ଲୁ ଅରିଜିନର ଜାତୀୟ ଟିମ୍ ଏଚଏଲଏସ ଲୁନାର ଲ୍ୟାଣ୍ଡରକୁ ଶକ୍ତି ଯୋଗାଇବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular