ବରଗଡ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ପୁରନ୍ଦରଙ୍କ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି। ପୁରନ୍ଦରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଚଢଉ ପରେ ବିଭିନ୍ନ କାଗଜପତ୍ର ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0