ଲାହୋର: ପୂର୍ବତନ ଫାଷ୍ଟ ବୋଲର ମହମ୍ମଦ ଆକ୍ରାମ ବର୍ତ୍ତମାନର ଚୟନ ବ୍ୟବସ୍ଥାରେ କାମ କରିବାକୁ ମନା କରିବା ସହ ନିଜ ନାମକୁ ଫେରାଇ ଆଣିଛନ୍ତି । ଯାହାଫଳରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ନୂତନ ମୁଖ୍ୟ ଚୟନକର୍ତ୍ତା ମିଳିପାରୁ ନାହିଁ । ସୂଚନା ଅନୁସାରେ, ଏହି ପଦ ପାଇଁ ଆକ୍ରାମ ପ୍ରଥମ ପସନ୍ଦ ଥିଲେ, କିନ୍ତୁ ସେ ଏକ ସର୍ତ୍ତ ରଖିଥିଲେ ଯେ ଚୟନ ସମ୍ବନ୍ଧରେ ପୁରୁଣା ବ୍ୟବସ୍ଥା ଲାଗୁ କରାଯାଉ । ପୁରାତନ ବ୍ୟବସ୍ଥାରେ ବୋର୍ଡ ମୁଖ୍ୟ ଚୟନକର୍ତ୍ତାଙ୍କ ଅଧ୍ୟକ୍ଷତାରେ ୩ କିମ୍ବା ୫ ସଦସ୍ୟ ବିଶିଷ୍ଟ ଜାତୀୟ ଚୟନ କମିଟି ଗଠନ କରେ , ଯିଏ ଦଳ ଚୟନ କରନ୍ତି ଏବଂ ବୋର୍ଡ ସଭାପତି ସେମାନଙ୍କୁ ଅନୁମୋଦନ କରନ୍ତି । ଅକ୍ଟୋବର ୨୦୧୯ ରୁ ଏହି ନୂତନ ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଥିଲା । ଯେଉଁଥିରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ମିସବାହ-ଉଲ-ହକ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ଥିଲେ। ଅନ୍ୟପଟେ ଆକ୍ରାମ କହିଛନ୍ତି, ସେ ବର୍ତ୍ତମାନର ବ୍ୟବସ୍ଥାରେ କାମ କରିପାରିବେ ନାହିଁ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0