ବିଚିତ୍ର ଏ ଦୁନିଆ । ଏହି ଦୁନିଆରେ ବିଭିନ୍ନ ପ୍ରକାରର ଜୀବ ବାସ କରୁଛନ୍ତି । କିନ୍ତୁ ଏଠି ଆମେ ଏପରି ଏକ ଜୀବ କଥା କହୁଛୁ ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୧୪ଟି ଗୋଡ ରହିଥିବା ଏକ ସାମୁଦ୍ରିକ ବିରାଟ ଅସରପା ଦେଖାଯାଇଛି । ଆଜ୍ଞା ହଁ ଏହା ବିଶ୍ୱାସ ନ ହୋଇଥିଲେ ମଧ୍ୟ ସତ । ସିଙ୍ଗାପୁରର ରିସର୍ଚ୍ଚସ ହିନ୍ଦ ମହାସାଗରରେ ପ୍ରଥମ ଥର ପାଇଁ ଏଭଳି ଏକ ଜୀବର ସଦ୍ଧାନ ମିଳିଛି ଯାହା ଦେଖିବାକୁ ଅସରପା ଭଳି । ତାର ଗୋଡ ଅଧିକ ରହିଥିବା ବେଳେ ଆକାର ବହୁତ ବଡ ରହିଛି । ୧୪ଗୋଡ ବିଶିଷ୍ଟ ହୋଇଥିବାରୁ ଏହାକୁ ବାୟୋଲୋଜିକ୍ସ ନାମବେଥିନୋମସ ରକସାସ ନାମ ଦିଆଯାଇଛି ।ପୂର୍ବରୁ ୨୦୧୮ ରେ ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ବେନଟେନର ଉପକୂଳରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା । ତା ପରେ ଏହା କେବେ ନଜରକୁ ଆସିନଥିଲା । ବେଥିନିମସ୍ ରକସାସ ସମୁଦ୍ର ଭିତରେ ମରିଯାଇଥିବା ଜୀବଙ୍କୁ ଖାଇ ବଞ୍ଚିଥାଏ । ଏମିତିକି ତାକୁ ଯଦି ବହୁତ ଦିନ ପର୍ଯ୍ୟନ୍ତ ଖାଇବାକୁ ନ ମିଳେ ତେବେ ମଧ୍ୟ ବଞ୍ଚି ରହିଥାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0