ଭୁବନେଶ୍ବର:ଆଜି ଆମ ରାଜ୍ୟରେ ୨୩ ଟି ଜିଲ୍ଲାରୁ ମୋଟ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୧ଜଣ ଓ ସ୍ଥାନୀୟ ସଂକ୍ରମିତ ୨୧୬ ଜଣ ଅଟନ୍ତି । ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୮୭ କୁ ବୃଦ୍ଧିପାଇଛି ।
ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ଆକ୍ରାନ୍ତ ଅଛନ୍ତି । ସର୍ବାଧିକ ଆକ୍ରାନ୍ତ ଜିଲ୍ଲାଭାବେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୫୯୯୧ ଥିବାବେଳେ, ୨୦୯୮ଜଣ ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ଓ ୧୩୧୭ ଆକ୍ରାନ୍ତଙ୍କ ସହ ତୃତୀୟ ସ୍ଥାନରେ କଟକ ଅଛି । ଏହା ବ୍ୟତୀତ ଗଜପତିରେ ୭୧୮, ଯାଜପୁରରେ ୧୦୨୩, ବାଲେଶ୍ୱରରେ ୭୪୪, ଜଗତସିଂହପୁରରେ ୫୭୫, ପୁରୀ ଜିଲ୍ଲାରେ୪୧୬, କେନ୍ଦ୍ରାପଡ଼ାରେ ୩୬୫, ଭଦ୍ରକରେ ୩୯୨, ସୁନ୍ଦରଗଡ଼ରେ ୮୨୮, ବଲାଙ୍ଗୀରରେ ୨୯୧, କନ୍ଧମାଳରେ ୨୫୫, ମୟୂରଭଞ୍ଜରେ୪୭୧, ନୟାଗଡରେ ୩୪୪, କେନ୍ଦୁଝରରେ ୪୨୨,ନୂଆପଡାରେ ୧୦୦, ଝାରସୁଗୁଡାରେ ୨୨୬, ଢେଙ୍କାନାଳରେ ୧୨୧, କଳାହାଣ୍ଡିରେ ୮୭, ବରଗଡ଼ ଜିଲ୍ଲାରେ ୨୭୩, ଅନୁଗୁଳରେ ୨୨୯, ମାଲକାନଗିରିରେ ୩୦୬, ସମ୍ବଲପୁରରେ୧୯୪, ଦେବଗଡ଼ରେ ୬୯, ବୌଦ୍ଧରେ ୭୭, ସୁବର୍ଣ୍ଣପୁର ଜିଲ୍ଲାରେ୫୪, କୋରାପୁଟରେ ୩୩୯, ରାୟଗଡାରେ ୨୪୨ ଓ ନବରଙ୍ଗପୁର ଜିଲ୍ଲାରେ ୧୫୯ରେ ପହଁଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଏଣେ ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0