ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲ ଫି ନିର୍ଦ୍ଧାରଣ ନେଇ ଆଇନ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆସନ୍ତା ୧୫ରେ ମାମଲାର ପରବର୍ତୀ ଶୁଣାଣୀ କରାଯିବ । ଡିସେମ୍ବର ୧ରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ହୋଇଥିବା ସ୍ଥିତିରେ ସ୍କୁଲ ଫି ଛାଡ଼ ବା ହ୍ରାସ ପ୍ରସଂଗରେ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗଦେଇ କେତେକ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ଏମଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0