ମୁମ୍ବାଇ : ବଲିଉଡ ଡ୍ରଗ୍ସ ମାମଲାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ଫାସ ହେଉଛି। ଏବେ ଏନସିବି ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଡ୍ରଗ୍ସ କିଣିବା ଅଭିଯୋଗରେ ଗିରଫ କରିଛି। ତାଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି। ଏନସିବି ହେୟାର ଷ୍ଟାଇଲିଷ୍ଟ୍ ସୂରଜ ଗୋଦାମ୍ବେଙ୍କୁ ୧୭.୬ଗ୍ରାମ୍ କୋକେନ୍ କିଣିବା ଅଭିଯୋଗରେ ଗିରଫ କରିଛି। ସେ ମୁମ୍ବାଇରେ ଚାଲିଥିବା ଏକ ନାଇଜେରିଆନ୍ ଡ୍ରଗ୍ସ କାର୍ଟଲ୍ ପାଇଁ କାମ କରୁଥିବା ଅଟୋ ଡ୍ରାଇଭର ଲାଲ ଚନ୍ଦ ଯାଦବଙ୍କଠୁ ଡ୍ରଗ୍ସ ନେଉଥିବାବେଳେ ଧରା ପଡ଼ିଥିଲେ।

ଏନସିବି କହିଛି ଯେ ୨ଜଣଙ୍କୁ ଓଶିଓ୍ବାରା,ଅନ୍ଧେରୀର ମୀରା ଟାଓ୍ବାର ପାଖରୁ ଗିରଫ କରାଯାଇଛି। ପ୍ୟାକେଟରୁ ୧୭.୬ଗ୍ରାମର କୋକେନ୍ ମିଳିଥିଲା ଯାହା ମୋଟ ୫୬,୦୦୦ଟଙ୍କାର। ଉଭୟଙ୍କୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଏନସିବି ଅଟକ ରଖିଛି। ଏହା ସହିତ ଉଭୟଙ୍କ ଫୋନ୍ ଯାଞ୍ଚ କରାଯିବ। ଡ୍ରଗ୍ସ ମାମଲାରେ ପୂର୍ବରୁ ଦୀପିକା ପାଦୁକୋନ,ସାରା ଅଲ୍ଲୀ ଖାନ୍,ରକୁଲ ପ୍ରୀତ ସିଂହ ସମେତ ଅନେକ ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସେହିପରି ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଦୁହେଁ ଏବେ ବେଲ୍ରେ ଅଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0