ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଉନ୍ନତୀକରଣ କାମ ସମୀକ୍ଷା କରିଛନ୍ତି। ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ କାମ କେତେ ଅଗ୍ରଗତୀ ହେଲା ବୁଲି ବୁଲି କାମ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ । ଏଥିପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ନୂଆ ବସଷ୍ଟାଣ୍ଡ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନା କାଳରେ ବସଷ୍ଟାଣ୍ଡର କାମ ଆରମ୍ଭ ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟ ବାହାରୁ ବି ଯାତ୍ରୀ ଆସୁଥିବାରୁ ତାର ସୌନ୍ଦର୍ଯ୍ୟକରଣ ପାଇଁ ସେପ୍ଟେମ୍ବର ୨୬, ୨୦୧୯ରେ ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0