ଢେଙ୍କାନାଳ : ପାଟ୍ରୋଲିଂରେ ଯାଇଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଢେଙ୍କାନାଳ ଷଡଙ୍ଗୀ ରେଂଜ କରଡାବଣି ପଥର ଖାଦାନରେ ଘଟିଛି। ଆହତ ବନବିଭାଗ କର୍ମଚାରୀଙ୍କୁ ବରପଦା ପ୍ରାଥମିକ ସ୍ଵ।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ୨ ଫରେଷ୍ଟ ଗାର୍ଡଙ୍କ ସହ ୫ ଜଣ ୱାଚମ୍ୟାନ ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ କରଡାବଣି ପଥର ଖାଦାନକୁ ପାଟ୍ରୋଲିଂରେ ଯାଇଥିଲେ। ଏହି ସମୟରେ ବନବିଭାଗ କର୍ମଚାରୀଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ବନବିଭାଗ କର୍ମଚାରୀଙ୍କଠାରୁ ଗୋଟିଏ ସର୍ଭିସ୍ ରିଭଲଭର୍ ଓ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି ୨୫ରୁ ଉର୍ଦ୍ଧ୍ୱ ମାଫିଆ। ଗୁରୁତର ମାନଙ୍କୁ ବରପଦା ପ୍ରାଥମିକ ସ୍ଵ।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ଡିଏଫଓ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0