spot_img

ବଲିଉଡ ଅଭିନେତ୍ରୀ ଆର୍ୟ୍ୟା ବାନାର୍ଜୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

କଲିକତା: ସନ୍ଦିଗ୍ଧ ଅବସ୍ଥାରେ ନିଜ ଘରୁ ବଲିଉଡ ଅଭିନେତ୍ରୀ ଆର୍ୟ୍ୟା ବାନାର୍ଜୀଙ୍କ ମୃତଦେହ ଉଦ୍ଧାର । ତେବେ ଆର୍ୟ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୩୩ବର୍ଷୀୟା ଆର୍ୟ୍ୟା କୋଲକାତା ସ୍ଥିତ ନିଜ ଘରେ ଏକୁଟିଆ ରହୁଥିଲେ । ଆର୍ୟ୍ୟାଙ୍କ ସହ ତାଙ୍କର ଗୋଟିଏ କୁକୁର ରହୁଥିଲା ।ଆର୍ୟ୍ୟାଙ୍କ ଘରୁ ଅନେକ ଖାଲି ମଦ ବୋତଲ ପୁଲିସ ଜବତ କରିଛି ।ସୁପରହିଟ୍ ବଲିଉଡ ଚଳଚ୍ଚିତ୍ର ବିଦ୍ୟା ବାଲାନଙ୍କ ଅଭିନୀତ ‘ଦ ଡାର୍ଟି ପିକ୍ଚର’ରେ ଆର୍ୟ୍ୟା ଅଭିନୟ କରିଥିବା ନଜର ଆସିଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular