ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦଳରୁ ବାଦ ପଡିଛନ୍ତି ଓପନର ୱିଲ ପୁ୍କୋୱସ୍କି । ତାଙ୍କ ବଦଳରେ ମାର୍କସ ହାରିସଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି । ତେବେ ଭାରତ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଏକ ବଲ ପୁ୍ୟକୋୱସ୍କିଙ୍କ ହେଲମେଟରେ ମାଡ ହୋଇଥିଲା । ଆଇସିସିର କନକୁସନ ନିୟମ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ଏବଂ ପ୍ରଥମ ଟେଷ୍ଟ ନିମନ୍ତେ ଦଳରୁ ବାଦ ପଡିଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0